Posts

Showing posts with the label KALI PUJA (କାଳୀପୂଜା)

KALI PUJA (କାଳୀପୂଜା)

Image
💦 ଦୀପାବଳିରେ କାହିଁକି ହୁଏ ମା’ କାଳୀଙ୍କ ପୂଜା 💦          ଭାରତରେ ଅନେକ ସ୍ଥାନରେ ଦୀପାବଳିକୁ ଆଲୋକ ଓ ଆତସବାଜି ସହ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ମାତ୍ର ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ଏହି ଦିନ ଆଲୋକ ଓ ଆତସବାଜି ସହ ମା’ କାଳୀଙ୍କର ପୂଜା କରାଯାଇଥାଏ। ଲୋକକଥା ଅନୁସାରେ, ନବଦ୍ୱୀପର ରାଜା କୃଷ୍ଣଚନ୍ଦ୍ର ୧୮୦୦ ଶତାବ୍ଦୀରେ ମା’ କାଳୀଙ୍କର ପୂଜା ପଶ୍ଚିମବଙ୍ଗରେ ଆରମ୍ଭ କରିଥିଲେ। ସେହିଦିନଠାରୁ କୋଲକାତା ସମେତ ପଶ୍ଚିମବଙ୍ଗର ବହୁ ଜମିଦାର୍‌ ଏହି ପରମ୍ପରାକୁ ବଜାୟ ରଖି ମା’କାଳୀଙ୍କର ପୂଜା କରି ଆସୁଛନ୍ତି। ତେବେ ଆଲୋକର ଏହି ପର୍ବରେ ମା’ ଜିଭ କାଢ଼ିଥିବା ରୂପରେ କାହିଁକି ପୂଜା ପାଆନ୍ତି, ସେନେଇ ପୌରାଣିକ କାହାଣୀ ମଧ୍ୟ ରହିଛି। ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍‌ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ। ତେବେ ଶୁମ୍ଭ-ନିଶ...