Posts

Showing posts with the label ଆମ ଧର୍ମ ଓ ପରମ୍ପରା

TULASI BIBAH / ତୁଳସୀ ବିବାହ

Image
୨୪-୧୧-୨୦୨୩/ଶୁକ୍ରବାର ତୁଳସୀ ବିବାହ ତୁଳସୀ ବିବାହ ଦିନ ପ୍ରଭୁ ଶାଳଗ୍ରାମ ଓ ତୁଳସୀଙ୍କ ବିବାହ କରାଇବା ଦ୍ୱାରା ବୈବାହିକ ସମସ୍ୟା ର ସମାଧାନ ହୋଇଥାଏ, ତା ଛଡ଼ା ବିବାହ ରେ ବିଳମ୍ବ ହେଉଥିବା ଜାତକ ର ମଧ୍ୟ ଶୀଘ୍ର ବିବାହ ଯୋଗ ଆସିଥାଏ । ପୌରାଣିକ କଥା ଅନୁସାରେ ଏହିଦିନ ବିଧି ପୂର୍ବକ ତୁଳସୀ ବିବାହ କରାଇବା ଦ୍ୱାରା କନ୍ୟା ଦାନ ସମ ପୁଣ୍ୟ ମଧ୍ୟ ମିଳିଥାଏ । ବ୨୦୨୩ର୍ଷ ର ସମୟ : ହିନ୍ଦୁ ଧର୍ମରେ ତୁଳସୀ ବିବାହ ପାଳନ ର ମହତ୍ୱ ବହୁତ ରହିଛି । ଚଳିତ ୨୦୨୩ବର୍ଷ ଏହା ୨୪ ନଭେମ୍ବର ଶୁକ୍ରବାରରେ ପଡୁଅଛି ।  ଏହିଦିନ ଦେବୀ ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମଙ୍କ ନିୟମ ପୂର୍ବକ ବିବାହ କରାଇବାର ମାନ୍ୟତା ଅଛି ।  ତୁଳସୀ ବିବାହ ପାଇଁ ପୂଜା ସାମଗ୍ରୀ । ତୁଳସୀ ବିବାହ ପାଇଁ ତୁଳସୀ ଗଛ ବା ବୃନ୍ଦାବତୀ ଙ୍କ ମୂଳରେ  ପୂର୍ଣ୍ଣ କୁମ୍ଭ, ଶାଳଗ୍ରାମ, କାଠ ଚାଉକି/ପିଢ଼ା, ଆଖୁ, ମୂଳା, ଅଁଳା, ବେଲ, କନ୍ଦ, ଝୁଣା, ନାଲି ଛିଟ କନା ଆଦି ର ଆବଶ୍ୟକତା ରହିଥାଏ । ଉପାଦାନଗୁଡିକ ସଂଗ୍ରହ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ । ସଂକଳ୍ପ ଓ ପୂଜାବିଧି : ଶାଳଗ୍ରାମ ଙ୍କୁ ସଜ ପାଣି, ଅଗରୁ ଚନ୍ଦନ ଓ ଗଙ୍ଗା ଜଳ ମିଶା ଜଳରେ ଗାଧେଇକି ଛିଟକନା ଓ ଚନ୍ଦନ ଦେଇ ଓଁ ନମଃ ବାସୁଦେବାୟ କହି ପ୍ରଭୁ ଚନ୍ଦନ ସମର୍ପଣ କରୁଛି ବୋଲି ମନ ରେ କହିବେ । ସେମିତି ପା...

ପହିଲି ରଜ

ପହିଲି ରଜ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ...

THE HOLI (ହୋଲି ଉତ୍ସବ)

Image
ହୋଲି ଉତ୍ସବ ଫାଲ୍ଗୁନ (ଫଗୁଣ) ମାସର ପୂର୍ଣ୍ଣିମା ତିଥି କୁ ଫଗୁ ପୂର୍ଣ୍ଣିମା କୁହାଯାଏ। ଏହାକୁ ଦୋଳ ପୂର୍ଣ୍ଣିମା, ଦୋଳ ଯାତ ମଧ୍ୟ କୁହାଯାଏ, ଏହା ହିନ୍ଦୁ ମାନଙ୍କ ଦ୍ଵାରା ପାଳିତ ଅନ୍ୟ ଏକ ବିଶେଷ ପର୍ବ। ଯାହା କି ହୋଲି ଉତ୍ସବ ଭାବେ ଆମ ମଧ୍ୟ ରେ ବେସ୍ ପରିଚିତ। ଦୋଳ ପୂର୍ଣ୍ଣିମା ର ଦୋଳଯାତ୍ରା ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ର ଏକ ନିଦର୍ଶନ। ଶ୍ରୀମଦ୍ ଭଗବତ ର ବର୍ଣନା ରୁ ଜଣାଯାଏ ଯେ ରାଧାକୃଷ୍ଣ ଙ୍କର ଗୋପ ଗୋପାଙ୍ଗନ ଙ୍କ ସହିତ ରଙ୍ଗ ପିଚକାରୀ ଖେଳ ର ଏହା ଏକ ସ୍ମୃତି ଉତ୍ସବ। ହୋଲି ପର୍ବ ସମସ୍ତ ହିନ୍ଦୁ ସଂପ୍ରଦାୟ ର ଏକ ଲୋକପ୍ରିୟ ପର୍ବ। ବସନ୍ତ ଋତୁ ର ଏହି ଖେଳ କୁ ଭାରତ ର ସମସ୍ତ ଭାଷା,ଧର୍ମ,ଲିଙ୍ଗ ଓ ବର୍ଣ୍ଣ ନିର୍ବିଶେଷ ରେ ସମସ୍ତ ପ୍ରାନ୍ତର ନାଗରିକ ଉପଭୋଗ କରିଥାନ୍ତି। ବୈଷ୍ଣବ ଧର୍ମାବଲମ୍ବି ଙ୍କ ମତାନୁସାରେ ପୂର୍ବେ ଫାଲ୍ଗୁନ ମାସରେ ଗୋପ ଜନତା ଆରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ମିଶି ଫଗୁ ଖେଳିବା ସହ, କୁସୁମ ହାର ମଣ୍ଡନ କରାଇ ତାଙ୍କୁ କୁଞ୍ଜ ଦୋଳି ଖେଳାଉଥିଲେ। ଏଣୁ ପୌରଣିକ ସମୟ ରୁ ଅଦ୍ୟାବଧି ଲୋକ ମାନେ ରାଧାଦାମୋଦର ଙ୍କ ଯୁଗଳ ମୂର୍ତ୍ତି କୁ ସୁବାସିତ ପୁଷ୍ପ ତଥା ସୁସଜ୍ଜିତ ବିମାନରେ ଦୋଳିୟମାନ ଅବସ୍ଥା ରେ ଘରକୁ ଘର ତଥା ଗ୍ରାମ ର ପ୍ରତ୍ୟେକ ଘର ବୁଲାଇଥାନ୍ତି, ପ୍ରଭୁଙ୍କ ଉଦେଶ୍ୟରେ ଗ୍ରାମର ପ୍ରତ୍ୟେକ ଘର ତଥା ଦ୍ଵାରା ରୁ ଅର୍ପିତ (ଚଣା, ଆମ୍ବ, କଦଳୀ, ନଡ଼ିଆ ଆଦି...