THE HOLI (ହୋଲି ଉତ୍ସବ)

ହୋଲି ଉତ୍ସବ

ଫାଲ୍ଗୁନ (ଫଗୁଣ) ମାସର ପୂର୍ଣ୍ଣିମା ତିଥି କୁ ଫଗୁ ପୂର୍ଣ୍ଣିମା କୁହାଯାଏ। ଏହାକୁ ଦୋଳ ପୂର୍ଣ୍ଣିମା, ଦୋଳ ଯାତ ମଧ୍ୟ କୁହାଯାଏ, ଏହା ହିନ୍ଦୁ ମାନଙ୍କ ଦ୍ଵାରା ପାଳିତ ଅନ୍ୟ ଏକ ବିଶେଷ ପର୍ବ। ଯାହା କି ହୋଲି ଉତ୍ସବ ଭାବେ ଆମ ମଧ୍ୟ ରେ ବେସ୍ ପରିଚିତ।

ଦୋଳ ପୂର୍ଣ୍ଣିମା ର ଦୋଳଯାତ୍ରା ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ର ଏକ ନିଦର୍ଶନ। ଶ୍ରୀମଦ୍ ଭଗବତ ର ବର୍ଣନା ରୁ ଜଣାଯାଏ ଯେ ରାଧାକୃଷ୍ଣ ଙ୍କର ଗୋପ ଗୋପାଙ୍ଗନ ଙ୍କ ସହିତ ରଙ୍ଗ ପିଚକାରୀ ଖେଳ ର ଏହା ଏକ ସ୍ମୃତି ଉତ୍ସବ।

ହୋଲି ପର୍ବ ସମସ୍ତ ହିନ୍ଦୁ ସଂପ୍ରଦାୟ ର ଏକ ଲୋକପ୍ରିୟ ପର୍ବ। ବସନ୍ତ ଋତୁ ର ଏହି ଖେଳ କୁ ଭାରତ ର ସମସ୍ତ ଭାଷା,ଧର୍ମ,ଲିଙ୍ଗ ଓ ବର୍ଣ୍ଣ ନିର୍ବିଶେଷ ରେ ସମସ୍ତ ପ୍ରାନ୍ତର ନାଗରିକ ଉପଭୋଗ କରିଥାନ୍ତି। ବୈଷ୍ଣବ ଧର୍ମାବଲମ୍ବି ଙ୍କ ମତାନୁସାରେ ପୂର୍ବେ ଫାଲ୍ଗୁନ ମାସରେ ଗୋପ ଜନତା ଆରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ମିଶି ଫଗୁ ଖେଳିବା ସହ, କୁସୁମ ହାର ମଣ୍ଡନ କରାଇ ତାଙ୍କୁ କୁଞ୍ଜ ଦୋଳି ଖେଳାଉଥିଲେ। ଏଣୁ ପୌରଣିକ ସମୟ ରୁ ଅଦ୍ୟାବଧି ଲୋକ ମାନେ ରାଧାଦାମୋଦର ଙ୍କ ଯୁଗଳ ମୂର୍ତ୍ତି କୁ ସୁବାସିତ ପୁଷ୍ପ ତଥା ସୁସଜ୍ଜିତ ବିମାନରେ ଦୋଳିୟମାନ ଅବସ୍ଥା ରେ ଘରକୁ ଘର ତଥା ଗ୍ରାମ ର ପ୍ରତ୍ୟେକ ଘର ବୁଲାଇଥାନ୍ତି, ପ୍ରଭୁଙ୍କ ଉଦେଶ୍ୟରେ ଗ୍ରାମର ପ୍ରତ୍ୟେକ ଘର ତଥା ଦ୍ଵାରା ରୁ ଅର୍ପିତ (ଚଣା, ଆମ୍ବ, କଦଳୀ, ନଡ଼ିଆ ଆଦି ପ୍ରମୁଖ) ଭୋଗ କୁ ଦ୍ଵାରୀଭୋଗ କୁହାଯାଏ। ଭକ୍ତ ଏବଂ ଭଗବାନ ଙ୍କ ମଧ୍ୟ ର ନିବିଡ଼ତା ଏହି ଦ୍ଵାରୀଭୋଗ ର ପ୍ରଧାନ ଉଦେଶ୍ୟ ଭଳି ପ୍ରତିତ ହୁଏ, ଏବଂ ଫଗୁପୂର୍ଣ୍ଣିମା ଦିନ ପ୍ରତ୍ୟେକ ସ୍ଥାନ ରୁ ଆସିଥିବା ସମସ୍ତ ଦୋଳବିମାନ କୁ ଦୋଳମଣ୍ଡପ ରେ ବସାଇ ମହାଆଡମ୍ବର ପୂର୍ଣ୍ଣ ନାଚ ଆଦି ଅନୁଷ୍ଠିତ ହୋଇଥାଏ। ପଞ୍ଚମ ତଥା ପୂର୍ଣ୍ଣିମା ଦିନ ବିଭିନ୍ନ ସ୍ଥାନ (ଗ୍ରାମ) ରୁ ଆସିଥିବା ମନୋରମା ଶୋଭାପୂର୍ଣ୍ଣ ବିମାନ ମାନଙ୍କୁ ମେଲାଣି ଦିଆଯାଏ, ଏଣୁ ଏହାକୁ ମେଳଣ-ଉତ୍ସବ କୁହାଯାଏ। ଏହା ପରଦିନ ହୋଲି ଖେଳ ହୋଇଥାଏ। ରଙ୍ଗର ଉତ୍ସବ ହୋଲି ଏତେ ମନୋରମ ଓ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ଏହାର ଭରପୁର ଆନନ୍ଦ ଉପଭୋଗ କରିଥାନ୍ତି।




ଶୁଭ ହୋଲି 

Comments

Popular posts from this blog

ODIA CALENDER 2022 PDF FREE DOWNLOAD

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା