Posts

Showing posts with the label #dharm

TULASI BIBAH / ତୁଳସୀ ବିବାହ

Image
୨୪-୧୧-୨୦୨୩/ଶୁକ୍ରବାର ତୁଳସୀ ବିବାହ ତୁଳସୀ ବିବାହ ଦିନ ପ୍ରଭୁ ଶାଳଗ୍ରାମ ଓ ତୁଳସୀଙ୍କ ବିବାହ କରାଇବା ଦ୍ୱାରା ବୈବାହିକ ସମସ୍ୟା ର ସମାଧାନ ହୋଇଥାଏ, ତା ଛଡ଼ା ବିବାହ ରେ ବିଳମ୍ବ ହେଉଥିବା ଜାତକ ର ମଧ୍ୟ ଶୀଘ୍ର ବିବାହ ଯୋଗ ଆସିଥାଏ । ପୌରାଣିକ କଥା ଅନୁସାରେ ଏହିଦିନ ବିଧି ପୂର୍ବକ ତୁଳସୀ ବିବାହ କରାଇବା ଦ୍ୱାରା କନ୍ୟା ଦାନ ସମ ପୁଣ୍ୟ ମଧ୍ୟ ମିଳିଥାଏ । ବ୨୦୨୩ର୍ଷ ର ସମୟ : ହିନ୍ଦୁ ଧର୍ମରେ ତୁଳସୀ ବିବାହ ପାଳନ ର ମହତ୍ୱ ବହୁତ ରହିଛି । ଚଳିତ ୨୦୨୩ବର୍ଷ ଏହା ୨୪ ନଭେମ୍ବର ଶୁକ୍ରବାରରେ ପଡୁଅଛି ।  ଏହିଦିନ ଦେବୀ ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମଙ୍କ ନିୟମ ପୂର୍ବକ ବିବାହ କରାଇବାର ମାନ୍ୟତା ଅଛି ।  ତୁଳସୀ ବିବାହ ପାଇଁ ପୂଜା ସାମଗ୍ରୀ । ତୁଳସୀ ବିବାହ ପାଇଁ ତୁଳସୀ ଗଛ ବା ବୃନ୍ଦାବତୀ ଙ୍କ ମୂଳରେ  ପୂର୍ଣ୍ଣ କୁମ୍ଭ, ଶାଳଗ୍ରାମ, କାଠ ଚାଉକି/ପିଢ଼ା, ଆଖୁ, ମୂଳା, ଅଁଳା, ବେଲ, କନ୍ଦ, ଝୁଣା, ନାଲି ଛିଟ କନା ଆଦି ର ଆବଶ୍ୟକତା ରହିଥାଏ । ଉପାଦାନଗୁଡିକ ସଂଗ୍ରହ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ । ସଂକଳ୍ପ ଓ ପୂଜାବିଧି : ଶାଳଗ୍ରାମ ଙ୍କୁ ସଜ ପାଣି, ଅଗରୁ ଚନ୍ଦନ ଓ ଗଙ୍ଗା ଜଳ ମିଶା ଜଳରେ ଗାଧେଇକି ଛିଟକନା ଓ ଚନ୍ଦନ ଦେଇ ଓଁ ନମଃ ବାସୁଦେବାୟ କହି ପ୍ରଭୁ ଚନ୍ଦନ ସମର୍ପଣ କରୁଛି ବୋଲି ମନ ରେ କହିବେ । ସେମିତି ପା...

ଦୀପାବଳୀ

Image
  ଆଲୋକର ପର୍ବ ! ଦୀପାବଳୀ - ଏହା ହେଉଛି ହିନ୍ଦୁମାନଙ୍କ ମଧ୍ୟରେ ପାଳିତ ହେଇ ଆସୁଥିବା ଏକ ମୁଖ୍ୟ ତଥା ଅନନ୍ୟ ପର୍ବ ।     ବ ନବାସ ପରେ  ପ୍ରଭୁ ରାମ ଏକାଦଶ ହଜାର ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟା ରାଜ୍ୟକୁ ଶାସନ କଲେ । ଏହି ସୁବର୍ଣ୍ଣ ସମୟ "ରାମରାଜ୍ୟ" ଭାବରେ ଜଣାଶୁଣା । ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ମଧ୍ୟ ରେ ଦୀପାବଳୀ ବା ଦିୱାଲୀ ହେଉଛି ଏକ ଅନନ୍ୟ ପର୍ବ ଯାହାକୁ ଆଲୋକର ପର୍ବ ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ, ଦାନବତ୍ଵ ଉପରେ ଦେବତ୍ଵ ର ବିଜୟ, ଖରାପ ଉପରେ ଭଲ ର ବିଜୟ ଏବଂ ଅଜ୍ଞାନ ଉପରେ ଜ୍ଞାନ ର ବିଜୟ... ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ! ଦୀପାବଳୀ - ଦୀପ ଜାଳିବା ଅନ୍ଧକାର ଉପରେ ଆଲୋକର ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ । ଭାରତର ଓଡ଼ିଶାରେ ଦୀପାବଳୀ ନାମରେ ଜଣାଶୁଣା ଦିୱାଲୀ ହେଉଛି ଭାରତର ବହୁ ଚର୍ଚ୍ଚିତ ପର୍ବ ମଧ୍ୟରୁ ଅନ୍ୟତମ ଏବଂ ଏହାର ଅପାର ସାଂସ୍କୃତିକ ଓ ଧାର୍ମିକ ମହତ୍ତ୍ୱ ରହିଛି । ଏହି ପର୍ବ ସାଧାରଣତଃ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଏହି ପର୍ବ ଆକର୍ଷଣୀୟ ସାଜସଜ୍ଜା, ଆଲୋକ ଏବଂ ସୁଖ ତଥା ଏକତାର ଭାବନା ଦ୍ୱାରା ବର୍ଣ୍ଣିତ । ଏହି "ଦିୱାଲୀ" ଶବ୍ଦ ସଂସ୍କୃତ ଶବ୍ଦ "ଦୀପାବଳୀ" ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ଆଲୋକ ଏକ ଧାଡି । ଏହି ପର୍ବକୁ ପ୍ରାୟତଃ ଆଲୋକର ପର୍ବ କୁହାଯାଏ କାରଣ ଲ...