TULASI BIBAH / ତୁଳସୀ ବିବାହ



୨୪-୧୧-୨୦୨୩/ଶୁକ୍ରବାର

ତୁଳସୀ ବିବାହ


ତୁଳସୀ ବିବାହ ଦିନ ପ୍ରଭୁ ଶାଳଗ୍ରାମ ଓ ତୁଳସୀଙ୍କ ବିବାହ କରାଇବା ଦ୍ୱାରା ବୈବାହିକ ସମସ୍ୟା ର ସମାଧାନ ହୋଇଥାଏ,

ତା ଛଡ଼ା ବିବାହ ରେ ବିଳମ୍ବ ହେଉଥିବା ଜାତକ ର ମଧ୍ୟ ଶୀଘ୍ର ବିବାହ ଯୋଗ ଆସିଥାଏ । ପୌରାଣିକ କଥା ଅନୁସାରେ ଏହିଦିନ ବିଧି ପୂର୍ବକ ତୁଳସୀ ବିବାହ କରାଇବା ଦ୍ୱାରା କନ୍ୟା ଦାନ ସମ ପୁଣ୍ୟ ମଧ୍ୟ ମିଳିଥାଏ ।


ବ୨୦୨୩ର୍ଷ ର ସମୟ :

ହିନ୍ଦୁ ଧର୍ମରେ ତୁଳସୀ ବିବାହ ପାଳନ ର ମହତ୍ୱ ବହୁତ ରହିଛି ।

ଚଳିତ ୨୦୨୩ବର୍ଷ ଏହା ୨୪ ନଭେମ୍ବର ଶୁକ୍ରବାରରେ ପଡୁଅଛି ।  ଏହିଦିନ ଦେବୀ ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମଙ୍କ ନିୟମ ପୂର୍ବକ ବିବାହ କରାଇବାର ମାନ୍ୟତା ଅଛି । 


ତୁଳସୀ ବିବାହ ପାଇଁ ପୂଜା ସାମଗ୍ରୀ ।


ତୁଳସୀ ବିବାହ ପାଇଁ ତୁଳସୀ ଗଛ ବା ବୃନ୍ଦାବତୀ ଙ୍କ ମୂଳରେ 
ପୂର୍ଣ୍ଣ କୁମ୍ଭ, ଶାଳଗ୍ରାମ, କାଠ ଚାଉକି/ପିଢ଼ା, ଆଖୁ, ମୂଳା, ଅଁଳା, ବେଲ, କନ୍ଦ, ଝୁଣା, ନାଲି ଛିଟ କନା ଆଦି ର ଆବଶ୍ୟକତା ରହିଥାଏ ।

ଉପାଦାନଗୁଡିକ ସଂଗ୍ରହ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ ।


ସଂକଳ୍ପ ଓ ପୂଜାବିଧି :

ଶାଳଗ୍ରାମ ଙ୍କୁ ସଜ ପାଣି, ଅଗରୁ ଚନ୍ଦନ ଓ ଗଙ୍ଗା ଜଳ ମିଶା ଜଳରେ ଗାଧେଇକି ଛିଟକନା ଓ ଚନ୍ଦନ ଦେଇ ଓଁ ନମଃ ବାସୁଦେବାୟ କହି ପ୍ରଭୁ ଚନ୍ଦନ ସମର୍ପଣ କରୁଛି ବୋଲି ମନ ରେ କହିବେ ।

ସେମିତି ପାଖରେ ଥିବା ତୁଳସୀ ଗଛ ରେ ମଧ୍ୟ ସେଇ ଗଙ୍ଗାଜଳ ମିଶା ଜଳ ଛିଞ୍ଚି ମୂଳରେ ପାଣି ଦେଇ ଛିଟକନା ଗୁଡେଇ ଚନ୍ଦନ ଆଉ ସିନ୍ଦୁର ଲଗାଇ ଦେବେ ।

ତାପରେ ଉଭୟଙ୍କୁ ଲଗାଇ ଏକ ହଳଦିଆ ବ୍ରତ/ ଛିଟକନା କିମ୍ବା ପଇତା ସୁତା ରଖିବେ । ପାଖରେ ଆଖୁ, ମୂଳା, ଅଁଳା, ବେଲ, କନ୍ଦ ଥୋଇବେ।

 କିଛି ଅରୁଆ ଦୁବ ବରକୋଳି ପତ୍ର ରେ ହୁଳହୁଳି ଦେଇ ଉଭାୟଙ୍କୁ ବନ୍ଦେଇଦେବେ । ମନରେ ଶ୍ରଦ୍ଧା ଓ ଭକ୍ତି ସହ ପ୍ରଭୁଙ୍କ ପାଖରେ ଶୁଭକାମନା ପ୍ରାର୍ଥନା କରିବେ ଓ
ତା ପରେ ଧୂପ, ଝୁଣା ଓ ଦୀପ ରେ ପୁନଃ ବନ୍ଦେଇ ଭୋଗ(ଉଖୁଡା, ଫଳ କିମ୍ବା ଅରୁଆ ଅର୍ଣ୍ଣ ) ଲଗେଇଦେବେ ।

"ଓଁ ଶ୍ରୀଂ ନମଃ ବାସୁଦେବାୟ" ମନ୍ତ୍ର ର ଯଥା ସମ୍ଭବ ଜପ କରି ସେହି ଭୋଗ ନିଜେ କିମ୍ୱା କେବଳ ଘରଲୋକଙ୍କ ସହ ପାଇବେ ।

Comments

Popular posts from this blog

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

ଦୀପାବଳୀ

ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ