Posts

Showing posts with the label #HINDU

TULASI BIBAH / ତୁଳସୀ ବିବାହ

Image
୨୪-୧୧-୨୦୨୩/ଶୁକ୍ରବାର ତୁଳସୀ ବିବାହ ତୁଳସୀ ବିବାହ ଦିନ ପ୍ରଭୁ ଶାଳଗ୍ରାମ ଓ ତୁଳସୀଙ୍କ ବିବାହ କରାଇବା ଦ୍ୱାରା ବୈବାହିକ ସମସ୍ୟା ର ସମାଧାନ ହୋଇଥାଏ, ତା ଛଡ଼ା ବିବାହ ରେ ବିଳମ୍ବ ହେଉଥିବା ଜାତକ ର ମଧ୍ୟ ଶୀଘ୍ର ବିବାହ ଯୋଗ ଆସିଥାଏ । ପୌରାଣିକ କଥା ଅନୁସାରେ ଏହିଦିନ ବିଧି ପୂର୍ବକ ତୁଳସୀ ବିବାହ କରାଇବା ଦ୍ୱାରା କନ୍ୟା ଦାନ ସମ ପୁଣ୍ୟ ମଧ୍ୟ ମିଳିଥାଏ । ବ୨୦୨୩ର୍ଷ ର ସମୟ : ହିନ୍ଦୁ ଧର୍ମରେ ତୁଳସୀ ବିବାହ ପାଳନ ର ମହତ୍ୱ ବହୁତ ରହିଛି । ଚଳିତ ୨୦୨୩ବର୍ଷ ଏହା ୨୪ ନଭେମ୍ବର ଶୁକ୍ରବାରରେ ପଡୁଅଛି ।  ଏହିଦିନ ଦେବୀ ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମଙ୍କ ନିୟମ ପୂର୍ବକ ବିବାହ କରାଇବାର ମାନ୍ୟତା ଅଛି ।  ତୁଳସୀ ବିବାହ ପାଇଁ ପୂଜା ସାମଗ୍ରୀ । ତୁଳସୀ ବିବାହ ପାଇଁ ତୁଳସୀ ଗଛ ବା ବୃନ୍ଦାବତୀ ଙ୍କ ମୂଳରେ  ପୂର୍ଣ୍ଣ କୁମ୍ଭ, ଶାଳଗ୍ରାମ, କାଠ ଚାଉକି/ପିଢ଼ା, ଆଖୁ, ମୂଳା, ଅଁଳା, ବେଲ, କନ୍ଦ, ଝୁଣା, ନାଲି ଛିଟ କନା ଆଦି ର ଆବଶ୍ୟକତା ରହିଥାଏ । ଉପାଦାନଗୁଡିକ ସଂଗ୍ରହ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ । ସଂକଳ୍ପ ଓ ପୂଜାବିଧି : ଶାଳଗ୍ରାମ ଙ୍କୁ ସଜ ପାଣି, ଅଗରୁ ଚନ୍ଦନ ଓ ଗଙ୍ଗା ଜଳ ମିଶା ଜଳରେ ଗାଧେଇକି ଛିଟକନା ଓ ଚନ୍ଦନ ଦେଇ ଓଁ ନମଃ ବାସୁଦେବାୟ କହି ପ୍ରଭୁ ଚନ୍ଦନ ସମର୍ପଣ କରୁଛି ବୋଲି ମନ ରେ କହିବେ । ସେମିତି ପା...

ଦୀପାବଳୀ

Image
  ଆଲୋକର ପର୍ବ ! ଦୀପାବଳୀ - ଏହା ହେଉଛି ହିନ୍ଦୁମାନଙ୍କ ମଧ୍ୟରେ ପାଳିତ ହେଇ ଆସୁଥିବା ଏକ ମୁଖ୍ୟ ତଥା ଅନନ୍ୟ ପର୍ବ ।     ବ ନବାସ ପରେ  ପ୍ରଭୁ ରାମ ଏକାଦଶ ହଜାର ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟା ରାଜ୍ୟକୁ ଶାସନ କଲେ । ଏହି ସୁବର୍ଣ୍ଣ ସମୟ "ରାମରାଜ୍ୟ" ଭାବରେ ଜଣାଶୁଣା । ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ମଧ୍ୟ ରେ ଦୀପାବଳୀ ବା ଦିୱାଲୀ ହେଉଛି ଏକ ଅନନ୍ୟ ପର୍ବ ଯାହାକୁ ଆଲୋକର ପର୍ବ ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ, ଦାନବତ୍ଵ ଉପରେ ଦେବତ୍ଵ ର ବିଜୟ, ଖରାପ ଉପରେ ଭଲ ର ବିଜୟ ଏବଂ ଅଜ୍ଞାନ ଉପରେ ଜ୍ଞାନ ର ବିଜୟ... ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ! ଦୀପାବଳୀ - ଦୀପ ଜାଳିବା ଅନ୍ଧକାର ଉପରେ ଆଲୋକର ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ । ଭାରତର ଓଡ଼ିଶାରେ ଦୀପାବଳୀ ନାମରେ ଜଣାଶୁଣା ଦିୱାଲୀ ହେଉଛି ଭାରତର ବହୁ ଚର୍ଚ୍ଚିତ ପର୍ବ ମଧ୍ୟରୁ ଅନ୍ୟତମ ଏବଂ ଏହାର ଅପାର ସାଂସ୍କୃତିକ ଓ ଧାର୍ମିକ ମହତ୍ତ୍ୱ ରହିଛି । ଏହି ପର୍ବ ସାଧାରଣତଃ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଏହି ପର୍ବ ଆକର୍ଷଣୀୟ ସାଜସଜ୍ଜା, ଆଲୋକ ଏବଂ ସୁଖ ତଥା ଏକତାର ଭାବନା ଦ୍ୱାରା ବର୍ଣ୍ଣିତ । ଏହି "ଦିୱାଲୀ" ଶବ୍ଦ ସଂସ୍କୃତ ଶବ୍ଦ "ଦୀପାବଳୀ" ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ଆଲୋକ ଏକ ଧାଡି । ଏହି ପର୍ବକୁ ପ୍ରାୟତଃ ଆଲୋକର ପର୍ବ କୁହାଯାଏ କାରଣ ଲ...

ପହିଲି ରଜ

ପହିଲି ରଜ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ...

ହନୁମାନ ଜୟନ୍ତୀ

 ହନୁମାନ ଜୟନ୍ତୀ  ହିନ୍ଦୁ ଦେବତା ମାନଙ୍କ ମଧ୍ୟରେ ହନୁମାନ ଜଣେ ଲୋକପ୍ରିୟ ଇଶ୍ୱର ଅଟନ୍ତି, ଏବଂ ତାଙ୍କର ମନ୍ଦିରଗୁଡ଼ିକ ପ୍ରାୟତଃ ମାଙ୍କଡ଼ ମାନଙ୍କରେ ପରିପୂର୍ଣ୍ଣ ଥାଏ, କାରଣ ସେମାନେ ଭାବନ୍ତି ଯେ ମନ୍ଦିର ପରିସରରେ ଥିବା ପର୍ଯ୍ୟନ୍ତ ମଣିଷ ସେମାନଙ୍କୁ କ୍ଷତି ପହଞ୍ଚାଇ ପାରିବ ନାହିଁ | ହନୁମାନଙ୍କୁ କେବଳ ହିନ୍ଦୁ ନୁହେଁ ବୌଦ୍ଧ ଧର୍ମ, ଶିଖ ଧର୍ମ ଏବଂ ଜୈନ ଧର୍ମ ତଥା ଭାରତୀୟ ପପ୍ ସଂସ୍କୃତିରେ ଲୋକମାନେ  ମାନନ୍ତି ଓ ପୂଜନ୍ତି ମଧ୍ୟ |  ହନୁମାନ ଜୟନ୍ତୀ କହିଲେ ପ୍ରଭୁ ମହାବୀର ହନୁମାନଙ୍କ ଜନ୍ମଦିନ କୁ ବୁଝାଏ | ହନୁମାନ ବୃହସ୍ପତିଙ୍କ ପୁତ୍ର ତଥା ସୁମେରୁ ରାଜ କେଶରୀ" ଓ ମାତା ​​ଅଞ୍ଜନା"ଙ୍କ ପୁତ୍ର ସୁଗ୍ରୀବଙ୍କ ଭଣଜା ଓ ଜଙ୍ଗଲରେ ରହୁଥିବା ଶକ୍ତିଶାଳୀ ବାନର ଗୋଷ୍ଠୀର ମୁଖ୍ୟ |  ପବନ ଦେବ ବାୟୁ" ମଧ୍ୟ ହନୁମାନଙ୍କ ଜନ୍ମରେ ଏବଂ  ଲାଳନପାଳନରେ ଏକ ଭୂମିକା ଗ୍ରହଣ କରିଥିଲେ, ଏଣୁ ତାଙ୍କୁ ବାୟୁ ପୁତ୍ର ମଧ୍ୟ କୁହାଯାଏ । | କେତେକ ଗ୍ରନ୍ଥାନୁଯାଇ ହନୁମାନଙ୍କୁ ଶିବଙ୍କର ଏକ ଅବତାର ରୂପେ ଚିହ୍ନାଯାଏ, କିନ୍ତୁ ହନୁମାନ ପବିତ୍ର ମହାପାଠ୍ୟ ରାମାୟଣ, ଅନୁଯାଇ “ରାମଙ୍କର ଜୀବନଯାତ୍ରା” ରେ ତାଙ୍କର ଭୂମିକା ପାଇଁ ବେଶ୍ ଜଣାଶୁଣା |                                ...

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

Image
କିମ୍ବଦନ୍ତୀ :- ମହାଶିବରାତ୍ରି / ଜାଗର ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ଓଁ ନମଃ ଶିବାୟ ଆଜି ଜାଣିବା ( ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ) ସମ୍ବନ୍ଧରେ।  ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ଦେଖିବାକୁ ଗଲେ ବାର ମାସ ରେ ୧୨ଟି ଶିବରାତ୍ରି ବ୍ରତ ପାଳନ ହୁଏ। ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି କୁ " ମହା ଶିବରାତ୍ରୀ"  କୁହାଯାଏ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ, ଦିନ ଶିବରାତ୍ରି ପାଳନ କରାଯିବ। ମାଘ କୃଷ୍ଣ  ଚତୁର୍ଦ୍ଦଶୀ ତିଥି ସବୁ ଶିବରାତ୍ରିମାନଙ୍କ ମଧ୍ୟ ରେ ସର୍ବ ପବିତ୍ର ତଥା ସର୍ବୋତ୍ତମ ବୋଲି କୁହାଯାଇଛି । ବ୍ରତୀ ସେଦିନ ଉପବାସ ରେ ରହି ରାତ୍ରି ର ଚାରି ପ୍ରହାର ରେ ୪ପ୍ରକାର ର ପୂଜା କରେ । ଶିବପୁରାଣ ଅନୁସାରେ, ଥରେ ମାତା ପାର୍ବତୀ, ବ୍ରହ୍ମ ଦେବ ଓ ଶ୍ରୀବିଷ୍ଣୁ; କେଉଁ ପୂଜା କରିବା ଫଳରେ ଶିବ ଅଧିକ ସନ୍ତୁଷ୍ଟ ହୁଅନ୍ତି ପଚାରିଲେ ! ମହାଦେବ ୧୦ଟି ପୂଜା ର ନାମ କହିଲେ; ଜନ୍ମଧ୍ୟରୁ "ମହାଶିବରାତ୍ରି" ସର୍ବୋତ୍ତମ ଓ ଶ୍ରେଷ୍ଠତମ ବୋଲି କହିଲେ । କୌଣସି ବ୍ୟକ୍ତି ମାଟି ରେ ପବିତ୍ର ଶିବ ଲିଙ୍ଗ ନିର୍ମାଣ କରି ଶିବପଞ୍ଚାକ୍ଷରି ମନ୍ତ୍ର "ଓଁ ନମଃ ଶିବାୟ" ଜପ ପୂର୍ବକ ଷୋଡଶ ଉପଚାର କରି ଶିବ ଆରାଧନ କରିପାରିବ। ଏହି ଶିବ ଆରାଧନା ରେ ଉକ୍ତ ପ୍ରତିମାଙ୍କୁ ପବିତ୍ରକରଣ କରାଯାଏ। ମନ୍ତ୍ର :-  ଓଁ ଅ...

THE HOLI (ହୋଲି ଉତ୍ସବ)

Image
ହୋଲି ଉତ୍ସବ ଫାଲ୍ଗୁନ (ଫଗୁଣ) ମାସର ପୂର୍ଣ୍ଣିମା ତିଥି କୁ ଫଗୁ ପୂର୍ଣ୍ଣିମା କୁହାଯାଏ। ଏହାକୁ ଦୋଳ ପୂର୍ଣ୍ଣିମା, ଦୋଳ ଯାତ ମଧ୍ୟ କୁହାଯାଏ, ଏହା ହିନ୍ଦୁ ମାନଙ୍କ ଦ୍ଵାରା ପାଳିତ ଅନ୍ୟ ଏକ ବିଶେଷ ପର୍ବ। ଯାହା କି ହୋଲି ଉତ୍ସବ ଭାବେ ଆମ ମଧ୍ୟ ରେ ବେସ୍ ପରିଚିତ। ଦୋଳ ପୂର୍ଣ୍ଣିମା ର ଦୋଳଯାତ୍ରା ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ର ଏକ ନିଦର୍ଶନ। ଶ୍ରୀମଦ୍ ଭଗବତ ର ବର୍ଣନା ରୁ ଜଣାଯାଏ ଯେ ରାଧାକୃଷ୍ଣ ଙ୍କର ଗୋପ ଗୋପାଙ୍ଗନ ଙ୍କ ସହିତ ରଙ୍ଗ ପିଚକାରୀ ଖେଳ ର ଏହା ଏକ ସ୍ମୃତି ଉତ୍ସବ। ହୋଲି ପର୍ବ ସମସ୍ତ ହିନ୍ଦୁ ସଂପ୍ରଦାୟ ର ଏକ ଲୋକପ୍ରିୟ ପର୍ବ। ବସନ୍ତ ଋତୁ ର ଏହି ଖେଳ କୁ ଭାରତ ର ସମସ୍ତ ଭାଷା,ଧର୍ମ,ଲିଙ୍ଗ ଓ ବର୍ଣ୍ଣ ନିର୍ବିଶେଷ ରେ ସମସ୍ତ ପ୍ରାନ୍ତର ନାଗରିକ ଉପଭୋଗ କରିଥାନ୍ତି। ବୈଷ୍ଣବ ଧର୍ମାବଲମ୍ବି ଙ୍କ ମତାନୁସାରେ ପୂର୍ବେ ଫାଲ୍ଗୁନ ମାସରେ ଗୋପ ଜନତା ଆରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ମିଶି ଫଗୁ ଖେଳିବା ସହ, କୁସୁମ ହାର ମଣ୍ଡନ କରାଇ ତାଙ୍କୁ କୁଞ୍ଜ ଦୋଳି ଖେଳାଉଥିଲେ। ଏଣୁ ପୌରଣିକ ସମୟ ରୁ ଅଦ୍ୟାବଧି ଲୋକ ମାନେ ରାଧାଦାମୋଦର ଙ୍କ ଯୁଗଳ ମୂର୍ତ୍ତି କୁ ସୁବାସିତ ପୁଷ୍ପ ତଥା ସୁସଜ୍ଜିତ ବିମାନରେ ଦୋଳିୟମାନ ଅବସ୍ଥା ରେ ଘରକୁ ଘର ତଥା ଗ୍ରାମ ର ପ୍ରତ୍ୟେକ ଘର ବୁଲାଇଥାନ୍ତି, ପ୍ରଭୁଙ୍କ ଉଦେଶ୍ୟରେ ଗ୍ରାମର ପ୍ରତ୍ୟେକ ଘର ତଥା ଦ୍ଵାରା ରୁ ଅର୍ପିତ (ଚଣା, ଆମ୍ବ, କଦଳୀ, ନଡ଼ିଆ ଆଦି...