Posts

Showing posts with the label ଆମ ପର୍ବ ପର୍ବାଣି

ପହିଲି ରଜ

ପହିଲି ରଜ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ...

କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ

Image
କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଆକାମାବୋଇ,ପାନଗୁଆଥୋଇପାନଗୁଆତୋର,ମାସକଧରମମୋର କାର୍ତ୍ତିକ ପୂର୍ଣ୍ଣିମା ଦେଶର କିଛି ଅଞ୍ଚଳରେ ତ୍ରିପୁରୀ ପୂର୍ଣ୍ଣିମା ବା ତ୍ରିପୁରୀ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା | ବୈଷ୍ଣବ ଧର୍ମରେ କାର୍ତ୍ତିକ ମାସ ଦାମୋଦରା ମାସ ଭାବରେ ମଧ୍ୟ ଜଣାଶୁଣା |  ପ୍ରାତଃ ସ୍ନାନ ସମୟ ରେ ମନ୍ତ୍ର :- " ଓଁ କାର୍ତ୍ତିକେହଂ କରିଷ୍ୟମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନଂ ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମହାସହ । " ଆନିମେସନ ଓଡ଼ିଶା ତରଫ ରୁ ଆପଣ ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ର ଅଶେଷ ଅଶେଷ ଶୁଭ କାମନା ଓ ହାର୍ଦ୍ଦିକ ଅଭିନନ୍ଦନ। WATCH VIDEO

ODIA CALENDER 2022 PDF FREE DOWNLOAD

Image
  ODIA CALENDER  2022  PDF FREE DOWNLOAD Download  Link  👇👇👇💓 👇👇👇 ODIA CALENDER  2022 PDF FREE DOWNLOAD 👆👆👆💓 👆👆👆 👇👇👇💓 👇👇👇 Click for 2021 Calender 👆👆👆💓 👆👆👆 Download  Link  WATCH   VIDEO Word File Pain Comments Karantu. ଧନ୍ୟବାଦ  ଟିମ ଆନିମେସନ ଓଡ଼ିଶା

ଜାଣନ୍ତୁ ଏଥର , ମହାଶିବରାତ୍ରି /ଜାଗର ପୂଜା କରିବାର ସଠିକ୍‌ ବିଧାନ ଓ ଜାଣିବା କଥା

Image
କିମ୍ବଦନ୍ତୀ :- ମହାଶିବରାତ୍ରି / ଜାଗର ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ଓଁ ନମଃ ଶିବାୟ ଆଜି ଜାଣିବା ( ମହାଶିବରାତ୍ରି କେବେ, ଏବଂ ପୂଜା କରିବାର ସଠିକ୍‌ ସମୟ ) ସମ୍ବନ୍ଧରେ।  ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ବିଶେଷ ମହତ୍ତ୍ୱ ରହିଛି। ଦେଖିବାକୁ ଗଲେ ବାର ମାସ ରେ ୧୨ଟି ଶିବରାତ୍ରି ବ୍ରତ ପାଳନ ହୁଏ। ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି କୁ " ମହା ଶିବରାତ୍ରୀ"  କୁହାଯାଏ । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ, ଦିନ ଶିବରାତ୍ରି ପାଳନ କରାଯିବ। ମାଘ କୃଷ୍ଣ  ଚତୁର୍ଦ୍ଦଶୀ ତିଥି ସବୁ ଶିବରାତ୍ରିମାନଙ୍କ ମଧ୍ୟ ରେ ସର୍ବ ପବିତ୍ର ତଥା ସର୍ବୋତ୍ତମ ବୋଲି କୁହାଯାଇଛି । ବ୍ରତୀ ସେଦିନ ଉପବାସ ରେ ରହି ରାତ୍ରି ର ଚାରି ପ୍ରହାର ରେ ୪ପ୍ରକାର ର ପୂଜା କରେ । ଶିବପୁରାଣ ଅନୁସାରେ, ଥରେ ମାତା ପାର୍ବତୀ, ବ୍ରହ୍ମ ଦେବ ଓ ଶ୍ରୀବିଷ୍ଣୁ; କେଉଁ ପୂଜା କରିବା ଫଳରେ ଶିବ ଅଧିକ ସନ୍ତୁଷ୍ଟ ହୁଅନ୍ତି ପଚାରିଲେ ! ମହାଦେବ ୧୦ଟି ପୂଜା ର ନାମ କହିଲେ; ଜନ୍ମଧ୍ୟରୁ "ମହାଶିବରାତ୍ରି" ସର୍ବୋତ୍ତମ ଓ ଶ୍ରେଷ୍ଠତମ ବୋଲି କହିଲେ । କୌଣସି ବ୍ୟକ୍ତି ମାଟି ରେ ପବିତ୍ର ଶିବ ଲିଙ୍ଗ ନିର୍ମାଣ କରି ଶିବପଞ୍ଚାକ୍ଷରି ମନ୍ତ୍ର "ଓଁ ନମଃ ଶିବାୟ" ଜପ ପୂର୍ବକ ଷୋଡଶ ଉପଚାର କରି ଶିବ ଆରାଧନ କରିପାରିବ। ଏହି ଶିବ ଆରାଧନା ରେ ଉକ୍ତ ପ୍ରତିମାଙ୍କୁ ପବିତ୍ରକରଣ କରାଯାଏ। ମନ୍ତ୍ର :-  ଓଁ ଅ...

THE HOLI (ହୋଲି ଉତ୍ସବ)

Image
ହୋଲି ଉତ୍ସବ ଫାଲ୍ଗୁନ (ଫଗୁଣ) ମାସର ପୂର୍ଣ୍ଣିମା ତିଥି କୁ ଫଗୁ ପୂର୍ଣ୍ଣିମା କୁହାଯାଏ। ଏହାକୁ ଦୋଳ ପୂର୍ଣ୍ଣିମା, ଦୋଳ ଯାତ ମଧ୍ୟ କୁହାଯାଏ, ଏହା ହିନ୍ଦୁ ମାନଙ୍କ ଦ୍ଵାରା ପାଳିତ ଅନ୍ୟ ଏକ ବିଶେଷ ପର୍ବ। ଯାହା କି ହୋଲି ଉତ୍ସବ ଭାବେ ଆମ ମଧ୍ୟ ରେ ବେସ୍ ପରିଚିତ। ଦୋଳ ପୂର୍ଣ୍ଣିମା ର ଦୋଳଯାତ୍ରା ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ର ଏକ ନିଦର୍ଶନ। ଶ୍ରୀମଦ୍ ଭଗବତ ର ବର୍ଣନା ରୁ ଜଣାଯାଏ ଯେ ରାଧାକୃଷ୍ଣ ଙ୍କର ଗୋପ ଗୋପାଙ୍ଗନ ଙ୍କ ସହିତ ରଙ୍ଗ ପିଚକାରୀ ଖେଳ ର ଏହା ଏକ ସ୍ମୃତି ଉତ୍ସବ। ହୋଲି ପର୍ବ ସମସ୍ତ ହିନ୍ଦୁ ସଂପ୍ରଦାୟ ର ଏକ ଲୋକପ୍ରିୟ ପର୍ବ। ବସନ୍ତ ଋତୁ ର ଏହି ଖେଳ କୁ ଭାରତ ର ସମସ୍ତ ଭାଷା,ଧର୍ମ,ଲିଙ୍ଗ ଓ ବର୍ଣ୍ଣ ନିର୍ବିଶେଷ ରେ ସମସ୍ତ ପ୍ରାନ୍ତର ନାଗରିକ ଉପଭୋଗ କରିଥାନ୍ତି। ବୈଷ୍ଣବ ଧର୍ମାବଲମ୍ବି ଙ୍କ ମତାନୁସାରେ ପୂର୍ବେ ଫାଲ୍ଗୁନ ମାସରେ ଗୋପ ଜନତା ଆରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ମିଶି ଫଗୁ ଖେଳିବା ସହ, କୁସୁମ ହାର ମଣ୍ଡନ କରାଇ ତାଙ୍କୁ କୁଞ୍ଜ ଦୋଳି ଖେଳାଉଥିଲେ। ଏଣୁ ପୌରଣିକ ସମୟ ରୁ ଅଦ୍ୟାବଧି ଲୋକ ମାନେ ରାଧାଦାମୋଦର ଙ୍କ ଯୁଗଳ ମୂର୍ତ୍ତି କୁ ସୁବାସିତ ପୁଷ୍ପ ତଥା ସୁସଜ୍ଜିତ ବିମାନରେ ଦୋଳିୟମାନ ଅବସ୍ଥା ରେ ଘରକୁ ଘର ତଥା ଗ୍ରାମ ର ପ୍ରତ୍ୟେକ ଘର ବୁଲାଇଥାନ୍ତି, ପ୍ରଭୁଙ୍କ ଉଦେଶ୍ୟରେ ଗ୍ରାମର ପ୍ରତ୍ୟେକ ଘର ତଥା ଦ୍ଵାରା ରୁ ଅର୍ପିତ (ଚଣା, ଆମ୍ବ, କଦଳୀ, ନଡ଼ିଆ ଆଦି...