ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

            ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ମାନଙ୍କର ଏକ ମୁଖ୍ୟ ପର୍ଵ. ଏହାକୁ ଗମ୍ହା ପୂର୍ଣ୍ଣିମା ବା ଝୁଲଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ. ଏହା ଶ୍ରାବଣ ମାସ ର  ପୂର୍ଣ୍ଣମୀ ଦିନ  ପାଳନ କରାଯାଇଥାଏ. ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ ଓ ଭାଇ ଭଉଣୀ  ର ରକ୍ଷା କରିବ ବୋଲି ପ୍ରତିଶ୍ରୁତି ଦେଇଥାଏ. ଏହି ରାକ୍ଷୀ ପୂର୍ଣ୍ଣିମା ଦିନଟିକୁ ମଧ୍ୟ ପ୍ରଭୁ ବଳଭଦ୍ର ଙ୍କ ଜନ୍ମତିଥି  ଭାବେ ପାଳନ କରାଯାଇଥାଏ. ଏହି ଦିନରେ ଗୋ ମାତାଙ୍କୁ ପୂଜା କରି ସିଙ୍ଗ ରେ ରାକ୍ଷୀ ବାନ୍ଧିବା ଓ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି. 

ଆଉଗୋଟେ  ପୌରାଣିକ କାହାଣୀମଧ୍ୟ ରାକ୍ଷୀ ପୂର୍ଣ୍ଣିମା କୁ  ନେଇ ଜଡିତ. ଯେତେବେଳେ ଅତ୍ୟାଚାରୀ ଶିଶୁପାଳ କୁ ଶ୍ରୀକୃଷ୍ଣ ବଧ କରିଲେ, ସେହି ସମୟରେ ତାଙ୍କର ଆଙ୍ଗୁଳି କଟି ସେଥିରୁ ରକ୍ତ ବାହାରୁଥିଲା. ଏହାକୁ ଦ୍ରୌପଦୀ ଦେଖି ନିଜ ପିନ୍ଧା ଶାଢ଼ୀ ଚିରି ଶ୍ରୀକୃଷ୍ଣ ଙ୍କ ହାତରେ ଗୁଡ଼ାଇ ଦେଇଥିଲେ.ପରବର୍ତ୍ତୀ ସମୟରେ ଯେତେବେଳେ କୁରୁ ସଭାରେ ଦ୍ରୌପଦୀ ଙ୍କୁ କୌରବ ମାନେ ବସ୍ତ୍ର ହରଣ କରିବାକୁ ଆଗେଇ ଆସିଥିଲେ ସେତେବେଳ ଦ୍ରୌପଦୀ ଙ୍କୁ ବସ୍ତ୍ର ଦାନ କରି ତାଙ୍କୁ ରକ୍ଷା କରିଥିଲେ. ସେହି ଦିନଠାରୁ ହିନ୍ଦୁମାନେ ଏହି ପରାଣିକ ଦିନଟିକୁ
ରକ୍ଷା ବନ୍ଧନ ହିସାବରେ ପାଳନ କରିଆସୁଛନ୍ତି. 

ଯୁଗ ବଦଳିଛି ; ଅନେକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆମ ସମାଜରେ ଏହି ପୌରାଣିକ  ଦିବସଟି ଏକ ଅଭୁଲା ସ୍ମୃତି ସମ୍ପର୍ଣ୍ଣ  ଦିନ  ହୋଇ ରହିଅଛି.


                                                                                                            Thanks




Comments

Popular posts from this blog

ପହିଲି ରଜ

ODIA CALENDER 2022 PDF FREE DOWNLOAD