Posts

ପହିଲି ରଜ

ପହିଲି ରଜ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ...

ମାଘ ସପ୍ତମୀ (ମାଘ ସ୍ନାନ ର ମାହାତ୍ମ୍ୟ)

ମାଘ ସ୍ନାନ ର ମାହାତ୍ମ୍ୟ

ଶାମ୍ବ ଦଶମୀ ଓ ପୌରାଣିକ କାହାଣୀ

 ଶାମ୍ବ ଦଶମୀ ଓ ପୌରାଣିକ କାହାଣୀ ➖➖➖➖➖➖➖➖➖➖➖ ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-""ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ ।" ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର‌୍ୟ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-""ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।" କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର‌୍ୟ୍ୟର ସମୟ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ "ଘଡ଼ଘଡ଼ା ତିଅଣ" କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ । ନାରୀମାନେ...

KALI PUJA (କାଳୀପୂଜା)

Image
💦 ଦୀପାବଳିରେ କାହିଁକି ହୁଏ ମା’ କାଳୀଙ୍କ ପୂଜା 💦          ଭାରତରେ ଅନେକ ସ୍ଥାନରେ ଦୀପାବଳିକୁ ଆଲୋକ ଓ ଆତସବାଜି ସହ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ମାତ୍ର ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ଏହି ଦିନ ଆଲୋକ ଓ ଆତସବାଜି ସହ ମା’ କାଳୀଙ୍କର ପୂଜା କରାଯାଇଥାଏ। ଲୋକକଥା ଅନୁସାରେ, ନବଦ୍ୱୀପର ରାଜା କୃଷ୍ଣଚନ୍ଦ୍ର ୧୮୦୦ ଶତାବ୍ଦୀରେ ମା’ କାଳୀଙ୍କର ପୂଜା ପଶ୍ଚିମବଙ୍ଗରେ ଆରମ୍ଭ କରିଥିଲେ। ସେହିଦିନଠାରୁ କୋଲକାତା ସମେତ ପଶ୍ଚିମବଙ୍ଗର ବହୁ ଜମିଦାର୍‌ ଏହି ପରମ୍ପରାକୁ ବଜାୟ ରଖି ମା’କାଳୀଙ୍କର ପୂଜା କରି ଆସୁଛନ୍ତି। ତେବେ ଆଲୋକର ଏହି ପର୍ବରେ ମା’ ଜିଭ କାଢ଼ିଥିବା ରୂପରେ କାହିଁକି ପୂଜା ପାଆନ୍ତି, ସେନେଇ ପୌରାଣିକ କାହାଣୀ ମଧ୍ୟ ରହିଛି। ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍‌ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ। ତେବେ ଶୁମ୍ଭ-ନିଶ...

SABITRI BRATA (ସାବିତ୍ରୀ ବ୍ରତ)

Image
  SABITRI BRATA (ସାବିତ୍ରୀ ବ୍ରତ)

AKHYA TRUTIYA (ଅକ୍ଷୟତୃତୀୟା)

Image
AKHYA TRUTIYA ( ଅକ୍ଷୟ ତୃତୀୟା )

ହନୁମାନ ଜୟନ୍ତୀ

 ହନୁମାନ ଜୟନ୍ତୀ  ହିନ୍ଦୁ ଦେବତା ମାନଙ୍କ ମଧ୍ୟରେ ହନୁମାନ ଜଣେ ଲୋକପ୍ରିୟ ଇଶ୍ୱର ଅଟନ୍ତି, ଏବଂ ତାଙ୍କର ମନ୍ଦିରଗୁଡ଼ିକ ପ୍ରାୟତଃ ମାଙ୍କଡ଼ ମାନଙ୍କରେ ପରିପୂର୍ଣ୍ଣ ଥାଏ, କାରଣ ସେମାନେ ଭାବନ୍ତି ଯେ ମନ୍ଦିର ପରିସରରେ ଥିବା ପର୍ଯ୍ୟନ୍ତ ମଣିଷ ସେମାନଙ୍କୁ କ୍ଷତି ପହଞ୍ଚାଇ ପାରିବ ନାହିଁ | ହନୁମାନଙ୍କୁ କେବଳ ହିନ୍ଦୁ ନୁହେଁ ବୌଦ୍ଧ ଧର୍ମ, ଶିଖ ଧର୍ମ ଏବଂ ଜୈନ ଧର୍ମ ତଥା ଭାରତୀୟ ପପ୍ ସଂସ୍କୃତିରେ ଲୋକମାନେ  ମାନନ୍ତି ଓ ପୂଜନ୍ତି ମଧ୍ୟ |  ହନୁମାନ ଜୟନ୍ତୀ କହିଲେ ପ୍ରଭୁ ମହାବୀର ହନୁମାନଙ୍କ ଜନ୍ମଦିନ କୁ ବୁଝାଏ | ହନୁମାନ ବୃହସ୍ପତିଙ୍କ ପୁତ୍ର ତଥା ସୁମେରୁ ରାଜ କେଶରୀ" ଓ ମାତା ​​ଅଞ୍ଜନା"ଙ୍କ ପୁତ୍ର ସୁଗ୍ରୀବଙ୍କ ଭଣଜା ଓ ଜଙ୍ଗଲରେ ରହୁଥିବା ଶକ୍ତିଶାଳୀ ବାନର ଗୋଷ୍ଠୀର ମୁଖ୍ୟ |  ପବନ ଦେବ ବାୟୁ" ମଧ୍ୟ ହନୁମାନଙ୍କ ଜନ୍ମରେ ଏବଂ  ଲାଳନପାଳନରେ ଏକ ଭୂମିକା ଗ୍ରହଣ କରିଥିଲେ, ଏଣୁ ତାଙ୍କୁ ବାୟୁ ପୁତ୍ର ମଧ୍ୟ କୁହାଯାଏ । | କେତେକ ଗ୍ରନ୍ଥାନୁଯାଇ ହନୁମାନଙ୍କୁ ଶିବଙ୍କର ଏକ ଅବତାର ରୂପେ ଚିହ୍ନାଯାଏ, କିନ୍ତୁ ହନୁମାନ ପବିତ୍ର ମହାପାଠ୍ୟ ରାମାୟଣ, ଅନୁଯାଇ “ରାମଙ୍କର ଜୀବନଯାତ୍ରା” ରେ ତାଙ୍କର ଭୂମିକା ପାଇଁ ବେଶ୍ ଜଣାଶୁଣା |                                ...