ପାପମୋଚନୀ ଏକାଦଶୀ

ପାପମୋଚନୀ ଏକାଦଶୀ ୧୯/୦୩/୨୦୨୦ ଚନ୍ଦ୍ର ର ସମୟ କାଳ ଚନ୍ଦ୍ରପକ୍ଷର ଏକାଦଶ ଦିବସକୁ ଏକାଦଶୀ କୁହାଯାଏ। ଏହା ଚନ୍ଦ୍ରର ଏକାଦଶ କଳାର ହ୍ରାସ କିମ୍ବା ବୃଦ୍ଧି ଯୋଗୁଁ ଘଟିଥାଏ। ଏଣୁ ମାସ ରେ କୃଷ୍ଣ ପକ୍ଷ ଜନିତ ଏକାଦଶୀ କୁ କୃଷ୍ଣାଏକାଦଶୀ ଓ ଶୁକ୍ଳ ପକ୍ଷ ରେ ପାଳିତ ଏକାଦଶୀ କୁ ଶୁକ୍ଳାଏକାଦଶୀ କୁହାଯାଏ। ସନାତନ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବର୍ଷ ରେ ୨୪ଟି ଏକାଦଶୀ ଥାଏ, ମାତ୍ର ଅଧିମାସ ଯୋଗୁଁ ଆମେ ୨୬ଟି ଏକାଦଶୀ ପାଳିତ କରିଥାଉ। ପ୍ରତ୍ୟେକ ଏକାଦଶୀ ର ଭିନ୍ନ ଭିନ୍ନ ମହତ୍ଵ ରହିଛି, ଏବଂ ପ୍ରତ୍ୟେକ ଏକାଦଶୀ ର ଅଲଗା ଅଲଗା କିମ୍ବଦନ୍ତୀ ମଧ୍ୟ ରହିଛି। ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଏହି ଏକାଦଶୀ ବ୍ରତ ତଥା ଦିବସ କୁ ସାଧାରଣତଃ ମୋକ୍ଷ ପ୍ରାପ୍ତି ର ମାର୍ଗ କୁହାଯାଏ; ଯେଉଁଥିପାଇଁ କୃଷ୍ଣାଏକଦଶୀ ଅଥବା ଶୁକ୍ଲାଏକାଦଶୀ ପାଳୁଥିବା ଭକ୍ତ ଉପରେ ଭଗବାନ ବିଷ୍ଣୁ ଙ୍କର ବିଶେଷ କୃପାଦୃଷ୍ଟି ସର୍ବଦା ରହିଥାଏ। ସାଧାରତଃ ଏକାଦଶୀ କୁ ମୋକ୍ଷ ଦାୟକ ତିଥି କୁହାଯାଏ, କାରଣ ପ୍ରତ୍ୟେକ ଏକାଦଶୀ ପାଳନ ର ଭିନ୍ନ ଭିନ୍ନ ମହତ୍ଵ ତଥା ସୁଫଳ ରହିଥାଏ। ଏଣୁ ପ୍ରାୟ ପ୍ରତ୍ୟେକ ହିନ୍ଦୁ ଏକାଦଶୀ କୁ ନିଷ୍ଠା ର ସହ ପାଳନ କରନ୍ତି, ଏବଂ ରାତି ଉଜାଗର ରହି ପୂଜାର୍ଚ୍ଚନା ମଧ୍ୟ କରନ୍ତି। ଆମେ ପାଳନ କରୁଥିବା ଏକାଦଶୀ ମାନଙ୍କ ମଧ୍ୟରେ ଉତ୍ପନ୍ନା ଏକାଦଶୀ, ମୋକ୍ଷଦା ଏକାଦଶୀ, ସଫଳା ଏକାଦଶୀ, ପୁତ୍ରଦା ଏକାଦଶୀ,...