Posts

BADAOSHA shiva utthapan, Baikunth chaturdasi

Image
ବଡ଼ ଓଷା   "On behalf of the Animation Odisha family, we extend our heartfelt wishes for your success and well-being on the auspicious occasion of Lord Shiva's Uthapan Bada Osha and Baikunth Chaturdashi. May this divine celebration bring prosperity and joy to you and your loved ones. Best of luck!"

TULASI BIBAH / ତୁଳସୀ ବିବାହ

Image
୨୪-୧୧-୨୦୨୩/ଶୁକ୍ରବାର ତୁଳସୀ ବିବାହ ତୁଳସୀ ବିବାହ ଦିନ ପ୍ରଭୁ ଶାଳଗ୍ରାମ ଓ ତୁଳସୀଙ୍କ ବିବାହ କରାଇବା ଦ୍ୱାରା ବୈବାହିକ ସମସ୍ୟା ର ସମାଧାନ ହୋଇଥାଏ, ତା ଛଡ଼ା ବିବାହ ରେ ବିଳମ୍ବ ହେଉଥିବା ଜାତକ ର ମଧ୍ୟ ଶୀଘ୍ର ବିବାହ ଯୋଗ ଆସିଥାଏ । ପୌରାଣିକ କଥା ଅନୁସାରେ ଏହିଦିନ ବିଧି ପୂର୍ବକ ତୁଳସୀ ବିବାହ କରାଇବା ଦ୍ୱାରା କନ୍ୟା ଦାନ ସମ ପୁଣ୍ୟ ମଧ୍ୟ ମିଳିଥାଏ । ବ୨୦୨୩ର୍ଷ ର ସମୟ : ହିନ୍ଦୁ ଧର୍ମରେ ତୁଳସୀ ବିବାହ ପାଳନ ର ମହତ୍ୱ ବହୁତ ରହିଛି । ଚଳିତ ୨୦୨୩ବର୍ଷ ଏହା ୨୪ ନଭେମ୍ବର ଶୁକ୍ରବାରରେ ପଡୁଅଛି ।  ଏହିଦିନ ଦେବୀ ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମଙ୍କ ନିୟମ ପୂର୍ବକ ବିବାହ କରାଇବାର ମାନ୍ୟତା ଅଛି ।  ତୁଳସୀ ବିବାହ ପାଇଁ ପୂଜା ସାମଗ୍ରୀ । ତୁଳସୀ ବିବାହ ପାଇଁ ତୁଳସୀ ଗଛ ବା ବୃନ୍ଦାବତୀ ଙ୍କ ମୂଳରେ  ପୂର୍ଣ୍ଣ କୁମ୍ଭ, ଶାଳଗ୍ରାମ, କାଠ ଚାଉକି/ପିଢ଼ା, ଆଖୁ, ମୂଳା, ଅଁଳା, ବେଲ, କନ୍ଦ, ଝୁଣା, ନାଲି ଛିଟ କନା ଆଦି ର ଆବଶ୍ୟକତା ରହିଥାଏ । ଉପାଦାନଗୁଡିକ ସଂଗ୍ରହ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ । ସଂକଳ୍ପ ଓ ପୂଜାବିଧି : ଶାଳଗ୍ରାମ ଙ୍କୁ ସଜ ପାଣି, ଅଗରୁ ଚନ୍ଦନ ଓ ଗଙ୍ଗା ଜଳ ମିଶା ଜଳରେ ଗାଧେଇକି ଛିଟକନା ଓ ଚନ୍ଦନ ଦେଇ ଓଁ ନମଃ ବାସୁଦେବାୟ କହି ପ୍ରଭୁ ଚନ୍ଦନ ସମର୍ପଣ କରୁଛି ବୋଲି ମନ ରେ କହିବେ । ସେମିତି ପା...

ପବିତ୍ର ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ରାଧା ପାଦ ଦର୍ଶନ

Image
ଅଁଳା ନବମୀ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି କୁ ଅଁଳା ନବମୀ ବା ଅକ୍ଷୟ ନବମୀ କୁହାଯାଏ । ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛ ରେ ବାସ କରନ୍ତି । ପରମ୍ପରା ଅନୁସାରେ, ଭଗବାନ ବିଷ୍ଣୁଙ୍କ ପ୍ରୀତ୍ୟର୍ଥେ, ତଥା ସନ୍ତାନ ପ୍ରାପ୍ତି ର ଆଶାରେ ଅଁଳା ଗଛ ର ପୂଜା କରାଯାଏ । ଏହିଦିନ ଅଁଳା ଗଛ ର ପୂଜା କରି ଦାନ ଧର୍ମ କରିବା ଦ୍ୱାରା ଅକ୍ଷୟ ପୂଣ୍ୟ ମିଳିଥାଏ । ଏହିଦିନ ପୂର୍ବମୁଖା ହୋଇ ଅଁଳା ଗଛ ମୂଳେ କ୍ଷୀର, ଭୋଗ ଆଦି କରିବା ଆବଶ୍ୟକ, ବ୍ରାହ୍ମଣ ଭୋଜନ କରାଇଲେ ଅଧିକ ଫଳ ମିଳିଥାଏ । ରାଧା ରାଣୀଙ୍କ ପାଦ ଦର୍ଶନ ଶ୍ରୀରାଧା କୃପା କଟାକ୍ଷ ସ୍ତୋତ୍ର

ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ

Image
ନାଗ ଚତୁର୍ଥୀ: ହିନ୍ଦୁ ଧର୍ମରେ ନାଗ ଚତୁର୍ଥୀ ହେଉଛି ସାପ ବା ସର୍ପ ଉପାସନା ପାଇଁ ଉତ୍ସର୍ଗୀକୃତ ଏକ ପର୍ବ । ଭକ୍ତମାନେ ଏହିଦିନ ଶିବ ମନ୍ଦିର କିମ୍ବା ସାପ ହୁଙ୍କା ପରିଦର୍ଶନ କରି, ସେଠାରେ ପୂଜା ଉପାସନା ଓ କ୍ଷୀର ଦାନ ଆଦି କରନ୍ତି । ସାପ, ଯାହାକି ପ୍ରାୟତଃ ଭଗବାନ ଶିବଙ୍କ ସହ ଜଡିତ, ଏଣୁ ଏହାକୁ ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହି ପୂଜା ସାପ କାମୁଡ଼ାରୁ  ରକ୍ଷା କରିବାର କ୍ଷମତା ରଖୁଥିବା ର ବିଶ୍ୱାସ କରାଯାଏ | ନାଗ ଚତୁର୍ଥୀ ରେ, ମାନବ ଏବଂ ପ୍ରକୃତି ମଧ୍ୟରେ ସମ୍ପର୍କ ରହୁଥିବାରୁ, ହିନ୍ଦୁ ପରମ୍ପରା ରେ ଏହି ଦିନର ବିଶେଷ ଗୁରୁତ୍ୱ ରହିଛି | Naga Chaturthi: Naga Chaturthi, is a Hindu festival dedicated to the worship of serpents or Nagas. It falls on the fourth day (Chaturthi) of the bright half of the lunar month of Shravana (usually July or August). The festival holds significance in Hindu mythology and is observed with various rituals and ceremonies. Devotees, on Naga Chaturthi, visit Naga temples or sacred groves where snake idols or images are enshrined. They offer prayers, milk, and sometimes perform elaborate rituals to seek the blessin...

ଦୀପାବଳୀ

Image
  ଆଲୋକର ପର୍ବ ! ଦୀପାବଳୀ - ଏହା ହେଉଛି ହିନ୍ଦୁମାନଙ୍କ ମଧ୍ୟରେ ପାଳିତ ହେଇ ଆସୁଥିବା ଏକ ମୁଖ୍ୟ ତଥା ଅନନ୍ୟ ପର୍ବ ।     ବ ନବାସ ପରେ  ପ୍ରଭୁ ରାମ ଏକାଦଶ ହଜାର ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟା ରାଜ୍ୟକୁ ଶାସନ କଲେ । ଏହି ସୁବର୍ଣ୍ଣ ସମୟ "ରାମରାଜ୍ୟ" ଭାବରେ ଜଣାଶୁଣା । ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ବିଭିନ୍ନ ପର୍ବ ମଧ୍ୟ ରେ ଦୀପାବଳୀ ବା ଦିୱାଲୀ ହେଉଛି ଏକ ଅନନ୍ୟ ପର୍ବ ଯାହାକୁ ଆଲୋକର ପର୍ବ ମଧ୍ୟ କୁହାଯାଏ, ଯାହାର ଅର୍ଥ ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ, ଦାନବତ୍ଵ ଉପରେ ଦେବତ୍ଵ ର ବିଜୟ, ଖରାପ ଉପରେ ଭଲ ର ବିଜୟ ଏବଂ ଅଜ୍ଞାନ ଉପରେ ଜ୍ଞାନ ର ବିଜୟ... ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ! ଦୀପାବଳୀ - ଦୀପ ଜାଳିବା ଅନ୍ଧକାର ଉପରେ ଆଲୋକର ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଅଟେ । ଭାରତର ଓଡ଼ିଶାରେ ଦୀପାବଳୀ ନାମରେ ଜଣାଶୁଣା ଦିୱାଲୀ ହେଉଛି ଭାରତର ବହୁ ଚର୍ଚ୍ଚିତ ପର୍ବ ମଧ୍ୟରୁ ଅନ୍ୟତମ ଏବଂ ଏହାର ଅପାର ସାଂସ୍କୃତିକ ଓ ଧାର୍ମିକ ମହତ୍ତ୍ୱ ରହିଛି । ଏହି ପର୍ବ ସାଧାରଣତଃ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଏହି ପର୍ବ ଆକର୍ଷଣୀୟ ସାଜସଜ୍ଜା, ଆଲୋକ ଏବଂ ସୁଖ ତଥା ଏକତାର ଭାବନା ଦ୍ୱାରା ବର୍ଣ୍ଣିତ । ଏହି "ଦିୱାଲୀ" ଶବ୍ଦ ସଂସ୍କୃତ ଶବ୍ଦ "ଦୀପାବଳୀ" ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ଆଲୋକ ଏକ ଧାଡି । ଏହି ପର୍ବକୁ ପ୍ରାୟତଃ ଆଲୋକର ପର୍ବ କୁହାଯାଏ କାରଣ ଲ...

ପହିଲି ରଜ

ପହିଲି ରଜ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ...